ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୧୩ ଜାନୁୟାରିଠୁ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ଧର୍ମରେ ମହାକୁମ୍ଭ ଅନେକ ଗୁରୁତ୍ୱ ବହନ କରିଥାଏ। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏହି ମେଳାରେ ଯୋଗ ଦେଇଥାନ୍ତି। ପାଖାପାଖି ୫୦ ଦିନ ଯାଏ ହେବାକୁ ଥିବା ଏହି ମେଳାରେ ୬ଟି ସ୍ୟାହି ସ୍ନାନର ଯୋଗ ରହିଛି। ଏହି ସ୍ୟାହି ସ୍ନାନରେ ପ୍ରଥମେ ଆଖଡାର ସାଧୁ ସନ୍ଥ ମାନେ ସ୍ନାନ କରିଥାନ୍ତି।
ମହାକୁମ୍ଭରେ ୧୩ଟି ଆଖଡାରୁ ବିଭିନ୍ନ ସାଧୁ-ସନ୍ଥ ମାନେ ଆସି ଯୋଗ ଦେଇଥାନ୍ତି। ଏମାନଙ୍କ ମଧ୍ୟରୁ ସବୁଠୁ ପ୍ରଥମେ ନାଗା ସାଧୁ ମାନେ ଏହି ସ୍ନାନ କରିଥାନ୍ତି। ଏହା ପରେ ଅନ୍ୟ ସମସ୍ତ ସାଧୁ ସନ୍ଥ ଓ ଲୋକମାନେ ସ୍ନାନ କରିଥାନ୍ତି। କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ପଡିଥାଏ। ନାଗା ସାଧୁମାନେ କୁମ୍ଭରେ ନିଜ ପରମ୍ପରା ଓ ନୀତିକାନ୍ତି ପୁରା କରିବାକୁ ଯୋଗଦେଇଥାନ୍ତି। ତେବେ ଆପଣ କେବେ ଭାବିଛନ୍ତି କୁମ୍ଭ ମେଳା ସରିବା ପରେ ମାଗା ସାଧୁ ମାନେ କୁଆଡେ ଯାଆନ୍ତି। ଚାଲନ୍ତୁ ଏ ସମ୍ପର୍କରେ ବିଶେଷ ଆଲୋଚନା କରିବା।
ନାଗା ସାଧୁଙ୍କ ଜୀବନ...!
ନାଗା ସାଧୁ ମାନଙ୍କ ଜୀବନ ଅତ୍ୟନ୍ତ କଠିନ ହୋଇଥାଏ। ନାଗା ସାଧୁମାନେ ସାଧାରଣତଃ ସମାଜଠୁ ଦୁରରେ ଏକାନ୍ତ ରହିବାକୁ ପସନ୍ଦ କରିଥାନ୍ତି। ନାଗା ସାଧୁମାନେ କୁମ୍ଭ ଓ ମାଘ ମେଳା ଭଳି ଧାର୍ମିକ ମେଳାରେ ମଜର ଆସିଥାନ୍ତି। ଏହି ସାଧୁ ମାନେ ନିଜ ଦେହ ଘୋଡିହେବା ପାଇଁ କୈାଣସି କପଡାର ବ୍ୟବହାର କରିନଥାନ୍ତି।
ନାଗା ସାଧୁମାନେ ପ୍ରକୃତିକୁ ନିଜର କପଡା ବୋଲି ମାନନ୍ତି। ଯଦି କୌଣସି କାରଣରୁ ସେମାନଙ୍କୁ କପଡା ପିନ୍ଧିବାକୁ ପଡିଥାଏ ତେବେ ସେମାନେ ଧୋତି ଓ କୈପିନିର ବ୍ୟବହାର କରିଥାନ୍ତି। ନାଗା ମାନେ ବିଭିନ୍ନ ଯୁଦ୍ଧାସ୍ତ୍ର ଚଳାଇବାରେ ପାରଙ୍ଗମ ହୋଇଥାନ୍ତି। ଧାର୍ମିକ ମେଳାରେ ଯୋଗଦେବା ପରେ ବାକି ସମୟରେ ସେମାନେ ହିମାଳୟ ଓ ଜଙ୍ଗଲରେ କଠିନ ତପସ୍ୟା କରିଥାନ୍ତି। ପ୍ରାୟ ସମୟ ତପସ୍ୟା କରୁଥିବା କାରଣରୁ ସେମାନେ ବହୁତ କମ ଖାଦ୍ୟା ଖାଇଥାନ୍ତି।
କୁମ୍ଭ ମେଳାରେ ହିଁ ଦେଖାଯାନ୍ତି ନାଗା ସାଧୁ...!
ନାଗା ସାଧୁମାନେ ଅଲଗା ଅଲଗା ଆଖଡାରେ ଯୋଗ ଦେଇଥାନ୍ତି। ଏହି ସାଧୁମାନେ ଶାନ୍ତିରେ ତପସ୍ୟା କରିବାକୁ ପସନ୍ଦ କରିଥାନ୍ତି। ସେମାନେ ଭଗବାନଶିବଙ୍କର ଉପାସନା କରିଥାନ୍ତି। ସେମାନଙ୍କ ପାଇଁ କୁମ୍ଭମେଳା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ କାରଣ ସେମାନେ ତ୍ରୀବେଣୀ ସଙ୍ଗମରେ ସ୍ନାନ କରିଥାନ୍ତି। ଯାହାଦ୍ୱାରା କେବଳ ସେମାନଙ୍କ ଶରୀର ନୁହେଁ ସେମାନଙ୍କ ଆତ୍ମା ମଧ୍ୟ ପବିତ୍ର ହୋଇଯାଏ ବୋଲି ନାଗାମାନଙ୍କ ବିଶ୍ୱାସ ରହିଛି।
ମେଳା ପରେ ନାଗା ସାଧୁ କେଉଁଠାକୁ ଯାଆନ୍ତି...?
ନାଗା ସାଧୁ ସ୍ୟାହି ସ୍ନାନ ପାଇଁ କୁମ୍ଭ ମେଲାକୁ ଆସିଥାନ୍ତି। କୁମ୍ଭ ମେଳା ସରିବା ପରେ ନାଗା ସାଧୁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। କିଛି ନାଗା ସାଧୁ ପାହାଡ ପର୍ବତ ଘେରା ଜଙ୍ଗଲକୁ ଚାଲିଯାଆନ୍ତି। କିଛି ସାଧୁ ହିମାଳୟର ଗୁମ୍ଫାରେ କଠୋର ତପସ୍ୟା କରିବା ଆରମ୍ଭ କରିଦିଅନ୍ତି। ଏଠାରେ ନାଗା ସାଧୁମାନେ ଖାଇବା ପାଇଁ କେବଳ ଫଳ ଏବଂ ପାଣି ବ୍ୟବହାର କରନ୍ତି।
କିଛି ନାଗା ସାଧୁ ଖୋଲା ପରିବେଶରେ ରହିବାକୁ ପସନ୍ଦ କରନ୍ତି। କୁମ୍ଭ ପରେ ନାଗା ସାଧୁ ସମଗ୍ର ଦେଶରେ ଥିବା ତୀର୍ଥସ୍ଥାନକୁ ଯାତ୍ରା କରନ୍ତି। ଅନ୍ୟପଟେ କିଛି ନାଗା ସାଧୁ ଅଖଡାର କେନ୍ଦ୍ରରେ ରହିବାକୁ ପସନ୍ଦ କରନ୍ତି। ମୋଟ ଉପରେ, ନାଗା ସାଧୁ ସମାଜଠାରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି।
ମହାକୁମ୍ଭ ରେ କେବେ ହେବ ସ୍ୟାହି ସ୍ନାନ...?
ମହାକୁମ୍ଭରେ ସ୍ୟାହି ସ୍ନାନକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ମହାକୁମ୍ଭରେ ପ୍ରଥମ ସ୍ୟାହି ସ୍ନାନ ୧୩ ଜାନୁୟାରୀ ୨୦୨୫ ରେ ହେବ ପରଦିନ ଜାନୁଆରୀ ୧୪ ରେ ଦ୍ୱିତୀୟ ସ୍ୟାହି ସ୍ନାନ ଆରମ୍ଭ ହେବ। ମହାକୁମ୍ ର ତୃତୀୟ ସ୍ୟାହି ସ୍ନାନ ୨୯ ଜାନୁୟାରୀ ୨୦୨୫ ରେ ହେବ। ଚତୁର୍ଥ ସ୍ୟାହି ସ୍ନାନ ୩ ଫେବୃଆରୀ ୨୦୨୫ ରେ ବସନ୍ତ ପଞ୍ଚାମିରେ ହେବ। ୧୩ ଫେବୃଆରୀରେ ପଞ୍ଚମ ସ୍ୟାହି ସ୍ନାନ ହେବ। ଶେଷ ସ୍ୟାହି ସ୍ନାନ ୨୬ ଫେବୃଆରୀ ୨୦୨୫ ରେ ହେବ। ଶେଷ ସ୍ନାନ ମହାଶିବରାତ୍ରୀ ଦିନ ହେବ। ଏହି ଦିନ ମହାକୁମ୍ଭ ମଧ୍ୟ ଶେଷ ହେବ।